Monday, July 31, 2017

ଲୋକଙ୍କ ଦୁଆର ମୁହଁରେ ଡାକସେବା ପହଞ୍ଚାଇବା ଆମର ଲକ୍ଷ୍ୟ : ସନ୍ତୋଷ କୁମାର କମିଲା, ସିପିଏମ୍‌ଜି, ଓଡ଼ିଶା ସର୍କଲ୍‍


ମାର୍ଚ୍ଚ ୨୦୧୮ ସୁଦ୍ଧା ରାଜ୍ୟର ସମସ୍ତ ଉପ-ଡାକଘରର କମ୍ପ୍ୟୁଟରୀକରଣ ଲକ୍ଷ୍ୟ। ଡାକଘର ମାଧ୍ୟମରେ ପାଣି ବିଲ୍‌, ବିଦ୍ୟୁତ୍ବିଲ୍‍, ହୋଲ୍ଡିଂ ଟାକ୍ସ ଏପରିକିରେଳଟିକେଟ ବୁକିଂ ଭଳି ବ୍ୟବସ୍ଥାରପ୍ରଚଳନ। ଡିଜିଟାଲ୍‍  ମୋବାଇଲ୍ଟେକ୍ନୋଲଜି ପ୍ରୟୋଗକରି ଡାକସେବାକୁସମୟୋପଯୋଗୀ ଏବଂ ଗ୍ରାହକ-ଅନୁକୂଳକରିବା ପାଇଁ ବ୍ୟାପକ ଉଦ୍ୟମ ଜାରି।ରାଜ୍ୟରେ ଡାକସେବା କ୍ଷେତ୍ରରେ ଏକଆନ୍ଦୋଳନ ପାଇଁ ଉଦ୍ୟମ ଆରମ୍ଭକରିଥିବା ଚିଫ୍‍ ପୋଷ୍ଟମାଷ୍ଟର ଜେନେରାଲ୍ଡକ୍ଟର ସନ୍ତୋଷ କୁମାର କମିଲାଙ୍କ ସହଓଡ଼ିଶାଲାଇଭ୍‌ ମୁଖ୍ୟ ସମ୍ପାଦକ ନୀଳାମ୍ବରରଥଙ୍କ ବିଶେଷ ସାକ୍ଷାତକାର

ଅନେକ ବର୍ଷ ପରେ ଓଡ଼ିଶା ସର୍କଲ୍ମୁଖ୍ୟ ହିସାବରେ ଜଣେ ଓଡ଼ିଆ ଭାବରେଆପଣ ଯୋଗ ଦେଇଛନ୍ତି। ସେଥିପାଇଁଓଡ଼ିଶାଲାଇଭ୍‌ ପକ୍ଷରୁ ଅଭିନନ୍ଦନ। ଓଡ଼ିଶାସର୍କଲ୍କୁ ଏକ ନୂଆ ରୂପ ଦେବା ସହଏହାକୁ ଅଧିକ ଲୋକଙ୍କ ସହିତ ଯୋଡ଼ିବାପାଇଁ ଆପଣଙ୍କର କି ଯୋଜନା ରହିଛି

ଧନ୍ୟବାଦ। ହଁ୧୯ ବର୍ଷ ପରେ ଓଡ଼ିଶା ସର୍କଲ୍ ମୁଖ୍ୟମହାଡାକପାଳ ଭାବେ ମୁଁ ଦାୟିତ୍ୱ ନେଇଛି। ବିମୁଦ୍ରାକରଣସମୟରେ ପୋଷ୍ଟ ଅଫିସ୍‍ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା।ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମର ସବୁବିଭାଗୀୟ ପୋଷ୍ଟ ଅଫିସ୍ରେ ଆମେ ପୁରୁଣା ନୋଟ୍‍ ବଦଳକରିବା ସହ ସବୁ ଉପ-ଡାକଘର ସ୍ତରରେ ପୁରୁଣା ନୋଟ୍‍ ଜମାନେବା ଦାୟିତ୍ୱ ତୁଲାଇଥିଲୁ। ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତବିଭିନ୍ନ ଡାକଘର ମାଧ୍ୟମରେ ଏହି ଅତ୍ୟାବଶ୍ୟକ ସେବାଯୋଗାଇଦେବା ବେଳେ ଆମକୁ ଲୋକଙ୍କର ଅତି ନିକଟତରହେବାର ସୁଯୋଗ ମିଳିଛି। ଓଡ଼ିଶା ସର୍କଲର ଏହି କାମକୁଉଭୟ କେନ୍ଦ୍ର  ରାଜ୍ୟ ସରକାର ସେତେବେଳେ ପ୍ରଶଂସାକରିଥିଲେ

ଅନେକ ସମୟରେ ଡାକ ବିଭାଗରନେତୃତ୍ୱ ଓଡ଼ିଶାର ପାଣି-ପବନ  ସଂସ୍କୃତିସହ ଯୋଡ଼ିହୋ ପାରୁନଥିବା କାରଣରୁଡାକସେବା କ୍ଷେତ୍ରରେ ଓଡ଼ିଶା ଯଥେଷ୍ଟଉନ୍ନତି କରିପାରୁନଥିବା ପ୍ରସଙ୍ଗ ଉଠେ। ଜଣେ ଓଡ଼ିଆ ହିସାବରେ ଆପଣବର୍ତ୍ତମାନ କିଭଳି ଏହି ଗୁରୁ ଦାୟିତ୍ୱକୁତୁଲାଇବା ପାଇଁ ରୋଡ୍ମ୍ୟାପ୍‍ କରିଛନ୍ତି?

ଓଡ଼ିଶାରେ ମୁଁ ବହୁତ ବର୍ଷ ଧରି କାମ କରିଛି। ପୂର୍ବରୁ ମୁଁବ୍ରହ୍ମପୁର ମଣ୍ଡଳ ମୁଖ୍ୟ ହିସାବରେ କାମ କରିଥିଲି।ଯେତେବେଳେ ମୁଁ ଚିଫ୍‌ ପୋଷ୍ଟ ମାଷ୍ଟର ଜେନେରାଲ୍‍ ଭାବେଏହି ଦାୟିତ୍ୱ ନେଲିମୁଁ ପ୍ରଥମେ ଚାହିଁଲି କିଭଳି ଗ୍ରାହକମାନଙ୍କୁସେବା ଦେବା କ୍ଷେତ୍ରରେ ବିଶେଷ ଉନ୍ନତି ଆସିପାରିବ।ସାଧାରଣତଃ ପୋଷ୍ଟମ୍ୟାନ୍‍ ଭାଇଭଉଣୀମାନେ ଲୋକଙ୍କରପ୍ରିୟ ଏବଂ ଭରସାଯୋଗ୍ୟ। ତେଣୁ ସେମାନଙ୍କ ମାଧ୍ୟମରେକିଭଳି ଲୋକମାନଙ୍କୁ ଅଧିକ ସେବା ଯୋଗାଇଦିଆଯାଇପାରିବସେକଥା ଚିନ୍ତା କରି ଆମେ ନୂଆ ନୂଆପଦକ୍ଷେପ ଆରମ୍ଭ କରିଛୁ। ଯେପରିକି ଆଜି ଜଣେ ଗ୍ରାହକଚିଠିଟିଏ ପକାଇବା ପାଇଁ ବା ରେଜିଷ୍ଟ୍ରି କରିବା ପାଇଁଡାକଘରକୁ ଆସିବା ଆବଶ୍ୟକ ନାହିଁ

ଜଣେ ପୋଷ୍ଟମ୍ୟାନ୍‌ ଯେତେବେଳେ ବିଭିନ୍ନ ସେବା ଦେବାପାଇଁସଂପୃକ୍ତ ଅଞ୍ଚଳକୁ ଯାଉଛନ୍ତିସେତେବେଳେ ସେଆପଣମାନଙ୍କଠାରୁ ସାଧାରଣ ଚିଠିରେଜିଷ୍ଟର୍ଡ ଲେଟର ବାସ୍ପିଡ ପୋଷ୍ଟ ଆଦି ଆର୍ଟିକିଲ୍‍ ଆଣି ଡାକଘର ମାଧ୍ୟମରେ ତାହାପଠାଇବା ସହ ପରବର୍ତ୍ତୀ ଗସ୍ତ ବେଳେ ସେ ବାବଦରେ ରସିଦ୍ଦେଇପାରିବେ। ଏହି ଗ୍ରାହକଙ୍କ ଦୁଆର ମୁହଁରେ ସେବାପହଞ୍ଚାଇବା କ୍ଷେତ୍ରରେ  ହେଉଛି ଆମର ନୂଆ ପଦକ୍ଷେପ

ଏହି ବ୍ୟବସ୍ଥାରେ ଡାକ ବିଭାଗକୁ କେତେଦୂର ସଫଳତା ମିଳିପାରିଛି?

ବେଶ୍‍ ଭଲ ସଫଳତା। ମୁଁ ଖୁସି ଯେ ପ୍ରତିଦିନ ରାଜ୍ୟର ବିଭିନ୍ନସ୍ଥାନରୁ ଏଭଳି ଶହ ଶହ ଚିଠି ଆମ ପୋଷ୍ଟମ୍ୟାନ ଭାଇମାନେଲୋକଙ୍କ ପାଖରୁ ଆଣୁଛନ୍ତି। ମୁଁ ଏଥିପାଇଁ ଗ୍ରାହକ ଏବଂ ଆମପୋଷ୍ଟମ୍ୟାନ ଭାଇଭଉଣୀମାନଙ୍କୁ ଧନ୍ୟବାଦ ଦେବି। ଆପଣଙ୍କୱେବ୍‌ ଚ୍ୟାନେଲ୍‍ ‘ଓଡ଼ିଶାଲାଇଭ୍‌’ ମାଧ୍ୟମରେ ମୁଁ ଓଡ଼ିଶାରଭାଇଭଉଣୀ  ଗ୍ରାହକମାନଙ୍କୁ ଅନୁରୋଧ କରିବି ଯେସେମାନେ ଏହି ସେବାର ବିଶେଷ ଫାଇଦା ନିଅନ୍ତୁ

ଏଭଳି ଆଉ  ସବୁ ନୂଆ ପ୍ରକାରସେବା ଆପଣ ଆରମ୍ଭ କରିଛନ୍ତି?

ହଁଆମେ ଅନେକ ନୂଆ କଥା ଆରମ୍ଭ କରିଛୁ। ରାଜ୍ୟର ୯ଟିପ୍ରମୁଖ ସହର (ଯେପରିକି ଭୁବନେଶ୍ୱରପୁରୀକଟକ,ବାଲେଶ୍ୱରବାରିପଦାବ୍ରହ୍ମପୁର ଇତ୍ୟାଦିଯାହାକୁକି ‘ଅମୃତସିଟି’ ବୋଲି କୁହାଯାଉଛିସେଠାରେ ପାଣି ବିଲ୍‍ ଆମପୋଷ୍ଟମ୍ୟାନ୍‍ ଭାଇମାନେ ଘରେ ଘରେ ପହଞ୍ଚାଉଛନ୍ତି।ସେହିପରି ଗ୍ରାହକମାନେ ପୋଷ୍ଟ ଅଫିସ୍‌ କାଉଣ୍ଟରରେ ଏହିବିଲ୍‍ ଜମା କରିପାରିବେ। କେବଳ ସେତିକି ନୁହେଁଯେଉଁଗ୍ରାହକମାନେ ଚାହିଁବେପୋଷ୍ଟମ୍ୟାନ୍ଙ୍କ ହାତରେ ମଧ୍ୟ ବିଲ୍ଟଙ୍କା ଦେଇପାରିବେ। ସଂପୃକ୍ତ ପୋଷ୍ଟମ୍ୟାନ ଡାକଘରେ ତାହାଜମାକରି ପରବର୍ତ୍ତୀ ସମୟରେ ଗ୍ରାହକଙ୍କୁ ଉଚିତ୍‍ ରସିଦ୍ଦେଇପାରିବେ। ଆମେ ଏହିଭଳି ଭାବେ ଡୋର୍‍ ଷ୍ଟେପ୍ସର୍ଭିସ୍କୁ ପ୍ରୋତ୍ସାହନ ଦେବାକୁ ଚାହୁଁଛୁ

ତେବେ ଡାକଘର ମାଧ୍ୟମରେ ଇଲେକ୍ଟ୍ରିସିଟିବିଲ୍‍ ମଧ୍ୟ ଜମା କରିହେବ?

ହଁନିଶ୍ଚିତ। ସାଉଥ୍କୋ ଅଞ୍ଚଳରେ ଆମେ ଏହି ସେବା ଆରମ୍ଭକରିଛୁ। ଆଜି ଜଣେ ଗ୍ରାହକ ଡାକଘର ମଧ୍ୟମରେ ବିଲ୍‌ ଜମାକଲେ ତାହା ସାଉଥ୍କୋ ଆକାଉଣ୍ଟରେ ଆପେ ଆପେଅପ୍‌‌ଡେଟ୍‌ ହୋଇଯିବ। ସାଉଥ୍କୋର ଏହି ସଫଳତା ପରେୱେସ୍କୋ ସହ ମଧ୍ୟ ଆମର ଚୁକ୍ତି ହୋଇସାରିଛି। ତେଣୁ ଆମେଏବେ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍‍ ଗ୍ରାହକମାନଙ୍କ ବିଲ୍‍ ଡାକଘରମାଧ୍ୟମରେ ନେଇପାରିବୁ। ଏହାକୁ ଲୋକପ୍ରିୟ କରିବା ପାଇଁଆମେ ଚେଷ୍ଟା କରୁଛୁ

ବର୍ତ୍ତମାନ ଆମର ଲକ୍ଷ୍ୟ ହେଉଛି ଆମେ କେତେ ଶୀଘ୍ର ସେସୁ ନେସ୍କୋ ସହିତ ଏହି ଚୁକ୍ତି କରିପାରିବୁ ଏବଂ ଓଡ଼ିଶାରଅନ୍ୟ ଅଞ୍ଚଳରେ ଲୋକମାନେ କିଭଳି ନିକଟସ୍ଥ ଡାକଘରକୁଯାଇ ସେମାନଙ୍କର ବିଦ୍ୟୁତ୍‍ ବିଲ୍‍ ଜମା କରିପାରିବେ।ସେହିପରି ସହରାଞ୍ଚଳର ଜନସାଧାରଣ କିଭଳି ଡାକଘରମାଧ୍ୟମରେ ହୋଲ୍ଡିଂ ଟାକ୍ସ ଜମା କରିପାରିବେସେ ବାବଦରେମଧ୍ୟ ଆମେ ସେବା ଯୋଗାଇଦେବା ପାଇଁ ଉଦ୍ୟମ କରୁଛୁ।ଏଥିପାଇଁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ସହକଥାବାର୍ତ୍ତା ଚାଲିଛି

ଆଜିର ଡିଜିଟାଲ୍‍ ଏବଂ -କମର୍ସଦୁନିଆରେ ଯଦିଓ ଗ୍ରାହକମାନେ ଡାକଘରଉପରେ ଅଧିକ ନିର୍ଭର କରୁନାହାନ୍ତି,ତେବେ ଏଭଳି କେତେକ ସମୟ ରହିଛିଯେଉଁଠି ଆପଣଙ୍କ ବିଭାଗ ପ୍ରମୁଖ ଭୂମିକାତୁଲାଇ ଆସୁଛି। ଏଇ ଯେମିତି ଧରନ୍ତୁପବିତ୍ର ରକ୍ଷାବନ୍ଧନ?

ହଁରକ୍ଷାବନ୍ଧନ ଭାରତର ଏକ ବଡ଼ ସାମାଜିକ  ସାଂସ୍କୃତିକପରମ୍ପରା। ଏହି ସମୟରେ ଉଣୀମାନେ ଦୂରଦୂରାନ୍ତରେଥିବା ସେମାନଙ୍କ ଭାଇମାନଙ୍କ ପାଖକୁ ରାକ୍ଷୀ ପଠାଇଥାନ୍ତି।ଏହି କ୍ଷେତ୍ରରେ ଡାକ ବିଭାଗ ଏକ ବଡ଼ ଭୂମିକା ନେଇଥାଏ।କେବଳ ଓଡ଼ିଶା ସର୍କଲ୍ରେ ଗତ ବର୍ଷ ଆମେ ଏଭଳି  ଲକ୍ଷରୁଅଧିକ ଆର୍ଟିକିଲ୍‍ ହ୍ୟାଣ୍ଡେଲ୍‍ କରିଥିଲୁ। ଏବର୍ଷ ଏହି ସଂଖ୍ୟାଆହୁରି ଅଧିକ ହୋଇପାରେ

ଚଳିତ ବର୍ଷ ଆମେ ରାକ୍ଷୀ ପାଇଁ ଏକ ସ୍ୱତନ୍ତ୍ର ଲଫାପା(ସ୍ପେସାଲ୍‍ କଭର୍‍) ପ୍ରଚଳନ କରିଛୁ। ଏହା ବେଶ୍‌ ଆକର୍ଷଣୀୟହୋଇଛି। କେବଳ ସେତିକି ନୁହେଁଏହି ରାକ୍ଷୀ ଲଫାପାରପରିବହନ ସମୟରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ନହୁଏ,ସେଥିପାଇଁ ମାତ୍ର  ଟଙ୍କା ମୂଲ୍ୟରେ ଏକ ସ୍ୱତନ୍ତ୍ର ପଲିଥିନ୍ପ୍ୟାକେଟ୍‍ (ଟିଅରପ୍ରୁଫ୍‍ ଏବଂ ୱାଟରପ୍ରୁଫ୍‍) ମଧ୍ୟ ପ୍ରସ୍ତୁତକରାଯାଇଛି। ଏହାର ସୁଯୋଗ ନେବାକୁ ମୁଁ ସମସ୍ତଙ୍କୁଅନୁରୋଧ କରୁଛି

ଆପଣଙ୍କର ଏକ ଫ୍ଲାଗ୍ସିପ୍‍ ସେବାହେଉଛି ମିଡିଆପୋଷ୍ଟ।  ବାବଦରେ କହିବେ?

ମିଡିଆପୋଷ୍ଟ ଏଭଳି ଏକ ମାଧ୍ୟମ ଯାହା ଜରିଆରେ ଅଳ୍ପଖର୍ଚ୍ଚରେ କୌଣସି ଜନସ୍ୱାର୍ଥ ସୂଚନା ବା ବିଜ୍ଞାପନ ଲକ୍ଷ ଲକ୍ଷଲୋକଙ୍କ ପାଖରେ ସିଧାସଳଖ ପହଞ୍ଚିପାରିବ। ଆପଣ ଯେଉଁମେଘଦୂତ’ ପୋଷ୍ଟକାର୍ଡ ଦେଖୁଛନ୍ତି ଏହାର ମୂଲ୍ୟ ମାତ୍ର ୨୫ଇସା। ଏହାର ସାମନା ପଟରେ ଠିକଣାର ବାଁ ପଟ ସ୍ଥାନରେବିଜ୍ଞାପନ ଛପାଯାଇପାରିବ

ସେହିପରି ଡାକଘର ସଞ୍ଚୟ ଖାତା ପଛ ପୃଷ୍ଠାରେ ମଧ୍ୟ ଆମେବିଜ୍ଞାପନ ଛାପିବାର ବ୍ୟବସ୍ଥା କରିଛୁ। ଏହାଛଡ଼ା ଆମପୋଷ୍ଟମ୍ୟାନ ଭାଇଭଉଣୀମାନଙ୍କ ଜରିଆରେ ଆମେ ବିଭିନ୍ନଫ୍ଲାୟରକୁ ‘ଡାଇରେକ୍ଟ ପୋଷ୍ଟ’ ଭାବେ ଲୋକଙ୍କ ଘରେପହଞ୍ଚାଉଛୁ। କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗ ଏପରିକିରାଜ୍ୟ ସରକାର ଜନସାଧାରଣଙ୍କ ହିତ ପାଇଁ ବିଭିନ୍ନ ପ୍ରକାରଯୋଜନା  ସଫଳତା ସମ୍ପର୍କରେ ଏହା ମାଧ୍ୟମରେ ବିଜ୍ଞାପନଦେଉଛନ୍ତି। ରାଜ୍ୟର ବିଭିନ୍ନ କର୍ପୋରେଟ ହାଉସ୍‍ ଏବଂ ପ୍ରମୁଖଅନୁଷ୍ଠାନ ମଧ୍ୟ ଆମ ମିଡିଆ ପୋଷ୍ଟ ମାଧ୍ୟମରେ ବ୍ୟାପକ ବୁକିଂକରି ସେମାନଙ୍କ ବାର୍ତ୍ତାକୁ ଲୋକଙ୍କ ପାଖରେପହଞ୍ଚାଇପାରିବେ

ନିକଟରେ ହୋଇଥିବା ୨୨ତମ ଏସିଆନ୍ଆଥ୍‌‍ଲେଟିକ୍‍ ଚାମ୍ପିଅନ୍ସିପ୍ସ ବେଳେ ଏକସ୍ପେସାଲ୍‍ କଭର ରିଲିଜ୍‍ ହୋଇଥିଲା। ଆପଣ କ୍ରୀଡ଼ା ସହ ମଧ୍ୟ ଯୋଡ଼ି ହେବାକୁଚାହିଁଛନ୍ତି

ହଁଏହି କ୍ରୀଡ଼ା କେବଳ ଓଡ଼ିଶା ନୁହେଁଭାରତ ପାଇଁ ଏକଗୌରବର କଥା ଥିଲା। ଏହାର ଉଦ୍ଘାଟନ ଅବସରରେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଏକ ସ୍ପେସାଲ୍କଭର ଉନ୍ମୋଚନ ହୋଇଥିଲା। ବିଶେଷକରିଡାକ ଟିକେଟସଂଗ୍ରହ କରୁଥିବା ଉତ୍ସାହୀ ବ୍ୟକ୍ତିଙ୍କ ପାଇଁ ଏହା ଏକ ସ୍ମରଣୀୟବିଷୟ ହୋ ରହିବ

ଲୋକଙ୍କୁ ଡାକ ବିଭାଗର ସେବା ସହସିଧାସଳଖ ଯୋଡ଼ିବା ପାଇଁ ’ମାଇଁ ଷ୍ଟାମ୍ପଏକ ଅଭିନବ କଥା। ଓଡ଼ିଶାରେ ବାବଦରେ ଲୋକଙ୍କର କିଭଳି ଉତ୍ସାହରହିଛି?

ମାଇଁ ଷ୍ଟାମ୍ପ ଏକ ପର୍ସନାଲାଇଜ୍ଡ୍‌ ସର୍ଭିସ୍‍ ଭଳି ବିଷୟ। ଅର୍ଥାତ୍ଆପଣ ଯେ କୌଣସି ଜିନିଷକୁ ସ୍ମରଣୀୟ କରିବାକୁ ଚାହିଁଲେ,ଡାକ ଟିକେଟ ମାଧ୍ୟମରେ ତାହା କରିପାରିବେ। କାହାରଜନ୍ମଦିନ ହେଉ ବା କୌଣସି ଅନୁଷ୍ଠାନର ପ୍ରତିଷ୍ଠା ଦିବସ;ଏପରିକି ଆପଣ ମଧ୍ୟ କାହାକୁ ଉପହାର ଆକାରରେ କିଛିନୂଆ କଥା କରିବାକୁ ଚାହୁଁଛନ୍ତି। ମାଇଁ ଷ୍ଟାମ୍ପ ଜରିଆରେ ଏକମୂଳ ପୋଷ୍ଟେଜ ଷ୍ଟାମ୍ପ ସହ ଜଣେ ଗ୍ରାହକ ନିଜର ବାପ୍ରିୟଜନଙ୍କର ଫଟୋ ବା ଅନୁଷ୍ଠାନର ଲୋଗୋଛପାଯାଇପାରିବ

ଏହାକୁ ଆପଣମାନେ ସ୍ମରଣୀୟ ବସ୍ତୁହିସାବରେ ରଖିପାରିବେବା ଉପହାର ଦେଇପାରିବେ। ଏପରିକି ଏହି ଟିକେଟ୍‌‍କୁ ଚିଠିପଠାଇବା ବେଳେ ଡାକଟିକେଟ ଆକାରରେ ବ୍ୟବହାରକରିପାରିବେ ମାତ୍ର ୩୦୦ ଟଙ୍କାରେ ଆପଣଙ୍କୁ ଗୋଟିଏ ପୂରାସିଟ୍‍ ମିଳିବଯେଉଁଥିରେ ଥିବ ୧୨ଟି ଟିକେଟ୍

ଆପଣ ଯେଉଁ ସ୍ପେସାଲ୍‍ କଭର କଥାକହୁଥିଲେସେ ବାବଦରେ ଲୋକଙ୍କଭିତରେ କିଭଳି ଆଗ୍ରହ ଦେଖୁଛନ୍ତି?

ଦେଖନ୍ତୁ ସାଧାରଣତଃ ଅନୁଷ୍ଠାନମାନେ ବିଭିନ୍ନ ସ୍ମରଣୀୟଘଟଣା ବା ବିଷୟକୁ ଅଧିକ ସ୍ମରଣୀୟ କରିବା ପାଇଁ ଡାକବିଭାଗ ମାଧ୍ୟମରେ ’ସ୍ପେସାଲ୍‍ କଭର’ ରିଲିଜ୍‍ କରିପାରିବେ। ମୁଁଯେମିତି ଆପଣଙ୍କୁ ୨୨ତମ ଏସିଆନ୍‍ ଆଥ୍‌‍ଲେଟିକ୍ଚାମ୍ପିଅନ୍ସିପ୍ସ ବେଳେ ମୁଦ୍ରିତ ସ୍ପେସାଲ କଭର କଥା କହୁଥିଲି।ରେଭେନ୍ସା କଲେଜର ୧୫୦ତମ ପୂର୍ତ୍ତି ବେଳେ ମଧ୍ୟ ଏକସ୍ପେସାଲ୍‍ କଭର ହୋଇଥିଲା

ଆପଣଙ୍କ ଓଡ଼ିଶାଲାଇଭ୍‍ ଅନୁଷ୍ଠାନ ଏବଂ ପରବର୍ତ୍ତୀ ସମୟରେଅନ୍ୟ କେତେକ ଅନୁଷ୍ଠାନ ପକ୍ଷରୁ ବିଜୁ ପଟ୍ଟନାୟକ ଜନ୍ମଶତବାର୍ଷିକୀ ପାଳନ ବେଳେ ଏଭଳି ସ୍ପେସାଲ କଭରଛପାଯାଇଛି। ଆଜି ଏସବୁ ଦେଶବିଦେଶରେ ଫିଲାଟେଲିଷ୍ଟଙ୍କପାଇଁ ସଂଗ୍ରହଣୀୟ  ସ୍ମରଣୀୟ ବସ୍ତୁ ଭାବେ ସ୍ଥାନ ପାଇଛି।ତେଣୁ ଆପଣଙ୍କ ମାଧ୍ୟମରେ ମୁଁ ଅନୁରୋଧ କରିବାକୁ ଚାହିଁବିଯେ ଅଧିକରୁ ଅଧିକ ସରକାରୀ ସଂଗଠନସ୍କୁଲକଲେଜ ଏବଂବିଭିନ୍ନ ସାମାଜିକ  ସାଂସ୍କୃତିକ ଅନୁଷ୍ଠାନ ଏଭଳି ସ୍ପେସାଲକଭର ବାହାର କରିବା ପାଇଁ ଡାକ ବିଭାଗ ସହ ଯୋଗାଯୋଗକରିପାରିବେ

ବିଜୁ ପଟ୍ଟନାୟକଙ୍କ ଉପରେ ଡାକ ବିଭାଗପକ୍ଷରୁ ଏକ ନୂଆ ଟିକେଟ ପ୍ରକାଶପାଇବାର ଥିଲା।  ହେଲା?

ହଁ ବାବଦରେ ଏକ ପ୍ରସ୍ତାବ କେନ୍ଦ୍ରକୁ ପଠାଯାଇଛି ଏବଂତାହା ଅନୁମୋଦନ ଲାଭ କରିଛି। ବିଜୁ ପଟ୍ଟନାୟକଙ୍କ ଉପରେଆଗରୁ ଏକ ଡାକ ଟିକେଟ ବାହାରିଥିଲା। ଏହା ହେବ ଦ୍ୱିତୀୟଡାକ ଟିକେଟ୍ ସେହିପରି ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତିପାଳନ ଓଡ଼ିଆମାନଙ୍କ ପାଇଁ ଏକ ଗର୍ବର ବିଷୟ। ବାବଦରେ ଏକ ଡାକ ଟିକେଟ୍‌ ବାହାର କରିବା ପାଇଁ ରାଜ୍ୟସରକାର ପ୍ରସ୍ତାବ ଦେଇଛନ୍ତି। ତାହା ଏବେ କେନ୍ଦ୍ରକୁ ଯାଇଛି

ଆପଣଙ୍କର ଏକ ପ୍ରମୁଖ ସେବା ହେଉଛିସ୍ପିଡ ପୋଷ୍ଟ ଆଜିର ପ୍ରତିଯୋଗିତାମୂଳକକୋରିଅର ସେବା ଭିତରେ ଏବଂଡିଜିଟାଲ୍‍ ଯୋଗାଯୋଗର ଦୁନିଆଭିତରେ କେମିତି ଚାଲିଛି ସ୍ପିଡ ପୋଷ୍ଟ?

ସ୍ପିଡ ପୋଷ୍ଟ ଆମର ବିଭିନ୍ନ ବ୍ୟାପକ ସେବା ମଧ୍ୟରୁ ଗୋଟିଏ।ଯେତେ ପ୍ରତିଯୋଗିତା ହେଲେ ମଧ୍ୟ  କ୍ଷେତ୍ରରେ ଭାରତୀୟଡାକସେବା ଉପରେ ଲୋକଙ୍କର ଭରସା ରହିଛି। ଆଜି ବିଆମେ ଲକ୍ଷ ଲକ୍ଷ ଟଙ୍କା ସ୍ପିଡ ପୋଷ୍ଟ ଆର୍ଟିକିଲ ନେବାଆଣିବାକରୁଛୁ। ଏହି ସେବାକୁ ଅଧିକ ସରଳ ଏବଂ ଟ୍ରାକିଂ-ଫ୍ରେଣ୍ଡଲିକରିବା ପାଇଁ ଆମେ ସବୁପ୍ରକାରର ବ୍ୟବସ୍ଥା କରିଛୁ। ଏଇଠିମୁଁ ଗ୍ରାହକମାନଙ୍କୁ ଅନୁରୋଧ କରିବି ଯେ ସେମାନେ ଚିଠିପଠାଇଲା ବେଳେ ଉପର ଭାଗରେ ପ୍ରାପକଙ୍କ ନାଁ  ଠିକଣାଲେଖିବା ସହ ପଠାଇଥିବା ବ୍ୟକ୍ତିଙ୍କ ନାଁ  ଠିକଣା ଚିଠିରପଛପଟେ ଲେଖିବେ

ଏହାହେଲେ ଆଜି କମ୍ପ୍ୟୁଟର ମାଧ୍ୟମରେ ଯେଉଁଅଟୋମେଟେଡ ସର୍ଟିଂ ହୋଇପାରୁଛିସେଥିରୁ ଆମକୁ ଫାଇଦାମିଳିବ। ସେହିପରି ଚିଠି ପଠାଉଥିବା ବ୍ୟକ୍ତି ତାଙ୍କ ମୋବାଇଲନମ୍ବର ଉଲ୍ଲେଖ କରିବେ। ଏହାହେଲେ ଚିଠି ଡେଲିଭରି ହେବାମାତ୍ରେ ତାଙ୍କ ପାଖକୁ ତତ୍କାଳ ମେସେଜ୍‍ ଆସିଯିବ। ଆଗଭଳିଆଉ କାଗଜରେ କାରବାର ନକରି ଏବେ ପୋଷ୍ଟମ୍ୟାନ୍ଭାଇଭଉଣୀମାନେ ଆପ୍‌ ମାଧ୍ୟମରେ ପ୍ରାପ୍ତିସ୍ୱୀକାର କରିବାରବ୍ୟବସ୍ଥା ରହିଛି। ଡିଜିଟାଲ ଟେକ୍ନୋଲଜିର ପ୍ରୟୋଗ ସ୍ପିଡପୋଷ୍ଟ ସେବାକୁ ଏକ ନୂଆ ରୂପ ଦେଇଛି। ଆଜି କେବଳ ସ୍ପିଡପୋଷ୍ଟ ନୁହେଁରେଜିଷ୍ଟର୍ଡ ଲେଟର ବା ଯେ କୌଣସିଆକାଉଣ୍ଟେବଲ୍‍ ଆର୍ଟିକିଲ୍‍ ଡାକ ବିଭାଗର ୱେବ୍ସାଇଟ୍‌‌ରେଗ୍ରାହକମାନେ ଟ୍ରାକିଂ କରିପାରିବେ

ଆପଣ ଡାକସେବା କ୍ଷେତ୍ରରେ ଯେଉଁସବୁନୂତନ ବ୍ୟବସ୍ଥା କଥା କହିଲେଏସବୁରସଫଳତା ପାଇଁ ବଡ଼ ଭୂମିକା ଗ୍ରହଣକରିବେ ସାରା ରାଜ୍ୟରେ କାମ କରୁଥିବାପୋଷ୍ଟମ୍ୟାନ ଏବଂ ଅନ୍ୟ କ୍ଷେତ୍ରକର୍ମଚାରୀମାନେ। ସେମାନଙ୍କୁ ଉତ୍ସାହିତ ପ୍ରୋତ୍ସାହିତ କରିବା ପାଇଁ ଆପଣ କରୁଛନ୍ତି?

ଭଲ ପ୍ରଶ୍ନଟିଏ ପଚାରିଲେ। ସେମାନେ ହେଉଛନ୍ତି ଆମ ସେବାକ୍ଷେତ୍ରର ମେରୁଦଣ୍ଡ। ସେମାନଙ୍କୁ ଉତ୍ସାହିତ  ପ୍ରୋତ୍ସାହିତକରିବା ସହ ସେମାନଙ୍କ ଦକ୍ଷତା ବଢାଇବା ପାଇଁ ବିଭାଗପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତା’ ମଧ୍ୟରେରହିଛି ବିଧିବଦ୍ଧ ଓରିଏଣ୍ଟେସନ୍‍ ପ୍ରୋଗ୍ରାମ୍ ଜନସାଧାରଣଙ୍କୁଅଧିକ ଏବଂ ସଫଳ ଭାବେ ବିଭିନ୍ନ ସେବା ଯୋଗାଇଦେବାକ୍ଷେତ୍ରରେ ନିୟୋଜିତ ଆମର ଏହି ଫିଲ୍ଡ କର୍ମଚାରୀମାନଙ୍କୁସହଯୋଗ କରିବାକୁ ମୁଁ ଓଡ଼ିଶା ଡାକ ପରିମଣ୍ଡଳ ପକ୍ଷରୁସମସ୍ତଙ୍କୁ ଅନୁରୋଧ କରୁଛି

ଡାକ ବିଭାଗର ଅନ୍ୟ ପାରମ୍ପରିକ ସେବାବିଷୟରେ  କହିବେ?

ଦେଖନ୍ତୁଡାକଘର ସଞ୍ଚୟ ଖାତା ସହ ଡାକଘର ଜୀବନବୀମାଆଦି ବିଭିନ୍ନ ସେବା ରହିଛିଯାହାକି ଲୋକମାନେ ବହୁଳସଂଖ୍ୟାରେ ବ୍ୟବହାର କରୁଛନ୍ତି। ସେହିଭଳି ସୁକନ୍ୟା ସମୃଦ୍ଧିଯୋଜନା ଏକ ନୂଆ ସେବା। ଲୋକମାନେ ନିଜ କନ୍ୟା ସନ୍ତାନନାଁରେ ଡାକଘରେ ଖାତା ଖୋଲି ଜମା କରିପାରିବେ। ଏହିଯୋଜନାରେ ଅଧିକ ସୁଧ ମିଳୁଛି। ତା’ ଛଡା ଆୟକର ନିୟମଅନୁଯାୟୀ ଏଥିରେ ନିବେଶ କଲେ ୮୦-ସି ଧାରାରେ ଜଣେଆୟକର ରିହାତି ପାଇପାରିବେ। ଝିଅକୁ ୧୮ ବର୍ଷ ହେବାପରେ ଏହି ଖାତାରୁ ଅର୍ଥଉଠାଣ କରାଯାଇପାରିବ

ଅଧିକରୁ ଅଧିକ ଜନସାଧାରଣ ଏହି ଯୋଜନାର ସୁଯୋଗନେଇ କନ୍ୟାସନ୍ତାନମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବାକୁଅନୁରୋଧ କରୁଛି। ଆଜି ଜନ୍ମ ହୋଇଥିବାକନ୍ୟାସନ୍ତାନଙ୍କଠାରୁ ଆରମ୍ଭ କରି ଝିଅକୁ ୧୦ ବର୍ଷ ହେବାଭିତରେ ଏହି ସଞ୍ଚୟ ଯୋଜନା ଆରମ୍ଭ କରିହେବ

ପୋଷ୍ଟ ଅଫିସ୍‌ ସେବା କ୍ଷେତ୍ରରେମୋବାଇଲ ନମ୍ବର ଏବଂ ଆଧାର ନମ୍ବରସଂଯୋଗ କରିବା ପାଇଁ ଆପଣଙ୍କ ବିଭାଗଗ୍ରାହକମାନଙ୍କୁ ଅନୁରୋଧ କରୁଛି। ଏଥିରୁସେମାନଙ୍କୁ  ସୁବିଧା ମିଳିବ?

ଅନ୍ୟ ବ୍ୟାଙ୍କିଙ୍ଗ ସେବା ପରି ପୋଷ୍ଟ ଅଫିସ୍ରେ ମଧ୍ୟ ଆମେମୋବାଇଲ୍‍  ଆଧାର ସଂଯୋଗ ଉପରେ ଗୁରୁତ୍ୱ ଦେଉଛୁ।ଏହାଫଳରେ ଡିଜିଟାଲ୍‍ ସେବା ବ୍ୟବସ୍ଥା ସୁଗମ ହୋଇପାରିବଏବଂ ଗ୍ରାହକମାନଙ୍କୁ ମଧ୍ୟ ଟ୍ରାଞ୍ଜାକ୍ସନ ବାବ୍ଦରେ ତତ୍କାଳସୂଚନା ମିଳିପାଇପାରିବ

ପୋଷ୍ଟ ଅଫିସ୍‌ ସେବା କ୍ଷେତ୍ରରେକମ୍ପ୍ୟୁଟରୀକରଣ ଏକ ଜରୁରୀଆବଶ୍ୟକତା ହୋଇପଡ଼ିଛି। ଓଡ଼ିଶାରେଆପଣଙ୍କ ବିଭାଗର ଚିତ୍ର ?

ଡାକସେବାର ସବୁ କ୍ଷେତ୍ରରେ କମ୍ପ୍ୟୁଟରର ବ୍ୟବହାର,ଡିଜିଟାଲ୍‌ ଟେକ୍ନୋଲଜି ଏବଂ ମୋବାଇଲ ଆପ୍‌ ଉପରେଆମେ ଗୁରୁତ୍ୱ ଦେଉଛୁ। ତେବେ ଡାକ ବିଭାଗ ଏକ ବ୍ୟାପକସେବା କ୍ଷେତ୍ର ହୋଇଥିବାରୁ ଏବଂ ଏହାର ’ଲାଷ୍ଟ ମାଇଲ୍ସର୍ଭିସ୍‍’ ଗ୍ରାମାଞ୍ଚଳରେ ରହିଥିବାରୁ ସମ୍ପୂର୍ଣ୍ଣ ଡିଜିଟାଲ୍‌ ହେବାପାଇଁ ସମୟ ଲାଗୁଛି। ତେବେ ଓଡ଼ିଶାର ସହରାଞ୍ଚଳ ଛଡ଼ାକଟକ (ଉତ୍ତର), ଭଦ୍ରକ ଏବଂ ଢେଙ୍କାନାଳ ଆଦି ଡାକଡିଭିଜନ୍‍ ଅଞ୍ଚଳରେ ଥିବା ସମସ୍ତ ପୋଷ୍ଟ ଅଫିସ୍ରେ ଏବେକମ୍ପ୍ୟୁଟର ସଂଯୋଗ ରହିଛି

ସଂପୃକ୍ତ ଅଞ୍ଚଳର ମୋଟ୍‌ ୧୨୪୦ଟି ଉପ-ଡାକଘର ମଧ୍ୟରୁ୧୧୦୦ରୁ ଅଧିକ ଡାକଘରେ କମ୍ପ୍ୟୁଟର ଲାଗିଯାଇଛି। ଏହିକମ୍ପ୍ୟୁଟର ଏକ ହ୍ୟାଣ୍ଡ-ହେଲ୍ଡ୍‌ ଡିଭାଇସ  ଏହା ମାଧ୍ୟମରେବାୟୋମେଟ୍ରିକ୍‍ ପଦ୍ଧତିରେ ବା କାର୍ଡ ସ୍ୱାଇପ୍‌ କରି ଟଙ୍କାଉଠାଣକରାଯାଇପାରିବ। ଏହାର ପ୍ରଚଳନ ଫଳରେ ଆଜି ଆମସେବା ଏକ ଚଲତା-ଫିରତା ଏଟିଏମ୍‍ ଭଳି କାମ କରିପାରୁଛି।୨୦୧୮ ମାର୍ଚ୍ଚ ସୁଦ୍ଧା ଆମେ ଏହି ସୁବିଧା ରାଜ୍ୟର ସମସ୍ତ ଉପ-ଡାକଘର ପର୍ଯ୍ୟନ୍ତ ପହଞ୍ଚାଇବାର ଲକ୍ଷ୍ୟ ରଖିଛୁ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଭାରତକୁ ଏକ ’ଲେସ୍‌ କ୍ୟାସ୍‍’ ଦେଶଭାବରେ ଗଢିବାକୁ ଡାକରା ଦେଇଛନ୍ତି। ଆପଣଙ୍କ ବିଭାଗ  କ୍ଷେତ୍ରରେ କରିଛି?

ଆମ ରାଜ୍ୟରେ ୩୫ଟି ମୁଖ୍ୟ ଡାକଘର ରହିଛି। ଏହିସବୁସ୍ଥାନରେ ଆମେ ’ପଏଣ୍ଟ ଅଫ୍‍ ସେଲ୍‍’ (ପିଓଏସ୍‌) ଟର୍ମିନାଲଯୋଗାଇଦେଉଛୁ। ସେଠାରେ ଗ୍ରାହକମାନେ କ୍ୟାସ୍ଲେସ୍ଉପାୟରେ କାରବାର କରିପାରିବେ। ଆଗାମୀ ଦିନରେଏହାକୁ ବ୍ୟାପକ କରିବା ପାଇଁ ଆମର ଯୋଜନା ରହିଛି

ଆପଣଙ୍କ ବିଭାଗ ବ୍ୟାଙ୍କ୍‌ ଭଳି ଏଟିଏମ୍ବ୍ୟବସ୍ଥା ଆରମ୍ଭ କରିଛି।  କ୍ଷେତ୍ରରେକେତେ ଦୂର ସଫଳତା ମିଳିଛି?

ବର୍ତ୍ତମାନ ଓଡ଼ିଶାରେ ଆମର ୪୪ଟି ଏଟିଏମ୍‍ ରହିଛି। ଆଗକୁଏହି ସଂଖ୍ୟା ବଢିବ। ଆଗରୁ କେବଳ ପୋଷ୍ଟାଲ୍‍ ଏଟିଏମ୍କାର୍ଡ ଏହିସବୁ ମେସିନ୍ରେ ଚାଲୁଥିଲା। କିନ୍ତୁ ଡିସେମ୍ବର୨୦୧୬ ପରଠାରୁ ଏହାକୁ ବ୍ୟାପକ କରାଯାଇଛି। ଆଜିକୌଣସି ପୋଷ୍ଟାଲ୍‍ ଏଟିଏମ୍‍ କାର୍ଡ ରଖିଥିବା ଗ୍ରାହକ ଦେଶରଅନ୍ୟ ଯେ କୌଣସି ବ୍ୟାଙ୍କ୍‌ ଏଟିଏମ୍ରୁ ଟଙ୍କା ଉଠାଇପାରିବେ।ସେହିପରି ଅନ୍ୟ ବ୍ୟାଙ୍କର ଗ୍ରାହକମାନେ ମଧ୍ୟ ପୋଷ୍ଟାଲଏଟିଏମ୍ରୁ ଅନୁରୂପ ସୁବିଧା ପାଇପାରୁଛନ୍ତି

ଆପଣ ସିପିଏମ୍ଜି ଭାବେ ଯୋଗ ଦେବାପରେ ଓଡ଼ିଶାର ଡାକମଣ୍ଡଳ କ୍ଷେତ୍ରରେଏକ ବ୍ୟାପକ ପ୍ରଶାସନିକ ସଂସ୍କାର ପାଇଁଉଦ୍ୟମ କରିଛନ୍ତି।  ରହିଛି ଏହାପଛର ଲକ୍ଷ୍ୟ?

ଦେଖନ୍ତୁ ଆଜିର ଦିନରେ ଗ୍ରାହକ ସେବା କ୍ଷେତ୍ରରେ ଉନ୍ନତିଆଣିବାକୁ ହେଲେ ଆମକୁ ପ୍ରଶାସନିକ ବ୍ୟବସ୍ଥାକୁ ସରଳଏବଂ ଲୋକାଭିମୁଖୀ କରିବାକୁ ହେବ। ଓଡ଼ିଶାରେ ଆମବିଭାଗ ଅଧୀନରେ ୧୮ଟି ମଣ୍ଡଳ ରହିଛି। ତେବେ ଗୋଟିଏଗୋଟିଏ ମଣ୍ଡଳ ଅଧୀନରେ ଅଲଗା ଅଲଗା ଜିଲ୍ଲାର ଡାକଘରରହିଥିବା କାରଣରୁ ଏହାର ପରିଚାଳନା କ୍ଷେତ୍ରରେ କେତେକସମସ୍ୟା ବା ଆହ୍ୱାନ ରହିଥିଲା। ତେଣୁ ପରିଚାଳନାଗତସୁବିଧା ପାଇଁ ବିଭିନ୍ନ ଜିଲ୍ଲାକୁ ତା ନିକଟତମ ମଣ୍ଡଳ ସହଯୋଡ଼ି ଦିଆଯାଇଛି। ଏହାଦ୍ୱାରା ଡାକ କର୍ମଚାରୀମାନଙ୍କରସୁବିଧା ହୋଇଛି ଏବଂ ଗ୍ରାହକମାନଙ୍କୁ ମଧ୍ୟ ଏହାର ସୁଫଳମିଳିବ ବୋଲି ମୋର ଆଶା। ସେହିପରି ଆଗାମୀ ଦିନରେରାୟଗଡ଼ା ଏବଂ ରାଉରକେଲାରେ ଆଉ ଦୁଇଟି ମଣ୍ଡଳଖୋଲିବାର ଯୋଜନା ରହିଛି

ପୋଷ୍ଟ ଅଫିସ୍‍ ମାଧ୍ୟମରେ ଲୋକେ ଆଜିପାସପୋର୍ଟ ପାଇଁ ଆବେଦନପାଇପାରିବେ। କିପରି?

ପାସପୋର୍ଟ ଏକ ଅତି ଗୁରୁତ୍ୱପୂର୍ଣ୍ଣ ସେବା। ଖୁସିର କଥାଆମରାଜ୍ୟରେ ଏବେ ତିନୋଟି ସ୍ଥାନରେ ପୋଷ୍ଟ ଅଫିସ୍‌ ମାଧ୍ୟମରେଆପଣ ପାସପୋର୍ଟ ପାଇପାରିବେ। ସେଗୁଡ଼ିକ ହେଲାରାଉରକେଲାସମ୍ବଲପୁର ଏବଂ କୋରାପୁଟ। ଜଣେ ବ୍ୟକ୍ତିଅନ୍ଲାଇନ୍ରେ ଆବେଦନ କରିବା ପରେ ସମ୍ପୃକ୍ତ ପୋଷ୍ଟଅଫିସ ପାସପୋର୍ଟ ସେବାକେନ୍ଦ୍ରକୁ ଆସି ଏଥିପାଇଁ ଆବଶ୍ୟକବାୟୋମେଟ୍ରିକ୍ସଫଟୋଗ୍ରାଫ ଏବଂ ସାର୍ଟିଫିକେଟ ଯାଞ୍ଚ କାର୍ଯ୍ୟକରାଇପାରିବେ

ପରବର୍ତ୍ତୀ ସମୟରେ ଆମେ ତାହା ପାସପୋର୍ଟ କର୍ତ୍ତୃପକ୍ଷଙ୍କପାଖକୁ ଅନଲାଇନରେ ପଠାଇଦେଉ ଏବଂ ସେମାନେ ତାହାଯାଞ୍ଚ କରି ଉପଯୁକ୍ତ ବ୍ୟକ୍ତିଙ୍କ ନାମରେ ପାସପୋର୍ଟ ଇସ୍ୟୁକରିଥାନ୍ତି। ଏହାଫଳରେ ସମସ୍ତଙ୍କୁ ଆଜି ଆଉ ଭୁବନେଶ୍ୱରପାସପୋର୍ଟ ଅଫିସ ଆସିବାକୁ ପଡୁନାହିଁ। ପୋଷ୍ଟ ଅଫିସମାଧ୍ୟମରେ ଏହି ସେବା ସହଜ ହୋଇପାରୁଛି  ଲୋକଙ୍କସମୟ ବଞ୍ଚୁଛି। ଆଗାମୀ ଦିନରେ ବାଲେଶ୍ୱରଭବାନୀପାଟଣା ବ୍ରହ୍ମପୁରରେ ପୋଷ୍ଟ ଅଫିସ ପାସପୋର୍ଟ ସେବାକେନ୍ଦ୍ରଖୋଲିଲେ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ପାଇଁ ଏହା ସୁବିଧାଜନକହେବ। କେବଳ ସେତିକି ନୁହେଁଭବିଷ୍ୟତରେ ଦେଶରଯେତେ ସ୍ଥାନରେ ମୁଖ୍ୟ ଡାକଘର ରହିଛି ସେଠାରେ ଏହିପାସପୋର୍ଟ ସେବା ଆରମ୍ଭ କରିବା ପାଇଁ ମଧ୍ୟ କେନ୍ଦ୍ର ସରକାରଚିନ୍ତା କରୁଛନ୍ତି

ଆଧାର ପଞ୍ଜୀକରଣ ଏବଂଆବଶ୍ୟକସ୍ଥଳେ ସଂଶୋଧନ ପାଇଁ ମଧ୍ୟଡାକଘରେ ବ୍ୟବସ୍ଥା କରାଯିବ। ଓଡ଼ିଶାରେଏହା କେବେଠାରୁ ଆରମ୍ଭ କରାଯିବ?

ଆଗରୁ କେବଳ ଘରୋ ସଂସ୍ଥା ମାଧ୍ୟମରେ ଆଧାରପଞ୍ଜୀକରଣ ଏବଂ ସଂଶୋଧନ କାମ କରାଯାଉଥିଲା। ତେବେଭାରତ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆଗାମୀ ଦିନରେକେବଳ ପୋଷ୍ଟ ଅଫିସ ମାଧ୍ୟମରେ ଏହି ସେବା ଯୋଗାଇଦିଆଯିବ। ସେହି ଅନୁଯାୟୀ ଆମ ରାଜ୍ୟର ସମସ୍ତ ୩୫ଟିମୁଖ୍ୟ ଡାକଘର ଜରିଆରେ ଉଭୟ ପଞ୍ଜୀକରଣ ଏବଂସଂଶୋଧନ କାମ ହୋଇପାରିବ

ତାଛଡ଼ା ରାଜ୍ୟର ସମସ୍ତ ୧୧୬୭ଟି ଉପ-ଡାକଘର ସ୍ତରରେଲେକମାନେ ଆଧାର ସଂଶୋଧନ ସେବା ପାଇପାରିବେ।ହେଲେ ବର୍ତ୍ତମାନ କେବଳ ଭୁବନେଶ୍ୱର ଜିପିଓରେ ଆଧାରଅପ୍ଡେସନ କାର୍ଯ୍ୟ କରାଯାଉଛି। ସେହିପରି ସମ୍ବଲପୁର ଏବଂବ୍ରହ୍ମପୁର ମୁଖ୍ୟ-ଡାକଘରେ ଏହି ସେବା ତୁରନ୍ତ ଆରମ୍ଭକରିବାକୁ ବିଭାଗୀଯ ନିର୍ଦ୍ଦେଶ ଦିଆଯାଇଛି। ତେବେ ସାରାରାଜ୍ୟରେ ଆଧାରର ପୂର୍ଣ୍ଣାଙ୍ଗ ସେବା ଯୋଗାଇଦେବା ପାଇଁଆମକୁ କିଛି ସମୟ ଲାଗିବ

ଆଜିର -କମର୍ସ ଯୁଗରେ ଲୋକମାନେଅନେକ ଜିନିଷ ଅନଲାଇନରେ କିଣୁଛନ୍ତିଏବଂ ତା’ ମଧ୍ୟରେ କେତେକ କ୍ଷେତ୍ରରେକ୍ୟାସ-ଅନ୍‍-ଡେଲିଭରି ସୁବିଧା ମଧ୍ୟପାଉଛନ୍ତି। ଏହି ସେବାକୁ ଡାକ ବିଭାଗମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବାପାଇଁ ଆଗଧାଡ଼ିର -କମର୍ସ କମ୍ପାନି ଆପଣଙ୍କ ବିଭାଗ ମଧ୍ୟରେ କୌଣସିରାଜିନାମା ହୋଇଛି କି?

ବର୍ତ୍ତମାନ ସୁଦ୍ଧା ଓଡ଼ିଶା ଡାକ ପରିମଣ୍ଡଳ ଏଭଳି କୌଣସିରାଜିନାମା କରିନାହିଁ। ତେବେ ଆଗାମୀ ଦିନରେ ଏଭଳି ସେବାଯୋଗାଇଦେବା ପାଇଁ ଆମେ ଚାହିଁବୁ। ଆମେ ଭୁବନେଶ୍ୱରରେଏକ ବଡ଼ ଧରଣର ପାର୍ସଲ ୱ୍ୟାରହାଉସ ତିଆରି କରିବାକୁଯାଉଛୁ। ଏହା ଏକ ବଡ଼ ଧରଣର ପ୍ରକଳ୍ପ  ଏଥିରେ ପ୍ରାୟ୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାହେଲେ ଏଠାରେ ବହୁପରିମାଣର ସାମଗ୍ରୀ ଜମାହୋ ରହିପାରିବ। ଫଳରେ ଜଣେଗ୍ରାହକ କୌଣସି ଜିନିଷ ପାଇଁ ଅର୍ଡର ଦେଲେ ତାଙ୍କୁ ୨୪ ଘଣ୍ଟାମଧ୍ୟରେ ଯୋଗାଇ ଦିଆଯାଇପାରିବ

ଡାକ ବିଭାଗ ଜରିଆରେ ଆପଣ ଆଜିଯେଉଁସବୁ ସେବା ଯୋଗାଇ ଦେଉଛନ୍ତି,ତାହାର ସଫଳତା ପଛରେ ରହିଛିକମ୍ପ୍ୟୁଟରଡିଜିଟାଲ୍‍ ଏବଂ ମୋବାଇଲଟେକ୍ନୋଲଜି। ଆଜିର ଏହି -ଦୁନିଆରେଲୋକଙ୍କ ପାଖରେ ସେବା ସମ୍ପର୍କରେସୂଚନା ପହଞ୍ଚାଇବା ପାଇଁ ସମ୍ଭବତଃସବୁଠାରୁ ବଡ଼ ମାଧ୍ୟମ ହେବ ଡିଜିଟାଲ୍ ତେଣୁ ଡିଜିଟାଲ ଏବଂ ସୋସିଆଲମିଡିଆର ପ୍ରୟୋଗ କ୍ଷେତ୍ରରେ ଆଗକୁଆପଣଙ୍କର  ଭିଜନ ରହିଛି?

ଦେଖନ୍ତୁ ଡିଜିଟାଲ ହେଉଛି ବର୍ତ୍ତମାନ ଏବଂ ଆମରଭବିଷ୍ୟତ। ଯଦିଓ ଆମେ ୱେବସାଇଟ ଏବଂ ସୋସିଆଲମିଡିଆ ମାଧ୍ୟମରେ ଗ୍ରାହକମାନଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟାକରୁଛୁ କ୍ଷେତ୍ରରେ ଅନେକ ବାଟ ଯିବାକୁ ଅଛି। ଆଗାମୀଦିନରେ ୱେବ୍‍ ଏବଂ ସୋସିଆଲ ମିଡିଆର କିଭଳି ପୂର୍ଣ୍ଣଉପଯୋଗ କରାଯାଇପାରିବ ଏବଂ ଆମେ କିଭଳିବିଶେଷକରି ଯୁବପିଢି ସହ ଯୋଡ଼ି ହୋଇପାରିବୁସେବାବଦରେ ମୋର ସହଯୋଗୀମାନେ ଉଦ୍ୟମ ଆରମ୍ଭକରିଛନ୍ତି
Source : https://odisha.live/