ଆମ ଡାକଘର
******************
© ସୌମିତ୍ରି ମିଶ୍ର ।
ସୁନ୍ଦରଗ୍ରାମ,କଟକ ।
..... ବାପା.....ବାପା....ଏ ନାଲି ବାକ୍ସ ଲାଗିଥିବା କୋଠାଘରଟି କାହାର???? ସେଠାରେ କାହିିଁକି ଏତେ ଭିଡ ଲାଗିଛି । ଚାଲ ନା ଟିକେ ଦେଖିବା ସେଠାରେ କ'ଣ ହେଉଛି ? ବାପା.....ଟିକେ ଶୁଣ । ଏମିତି କିଛି କଥା ଶୁଣିଲା ପରେ, ରଥ ବାବୁ କହିଲେ, ଟିକେ ରହଲୋ ମା' । ସଉଦା ନେଇକି ଆସିଲେ ଆମେ ଦୁହେଁ ଏକାଠି ସେ ନାଲି କୋଠା ଆଉ ନାଲି ବାକ୍ସ ପାଖକୁ ବୁଲିବାକୁ ଜିବା ।
.....କିଛି ସମୟ ପରେ ବେବି କୁ ନେଇ ମୁଁ ନାଲିକୋଠା ପାଖକୁ ଗଲି ।ଶୁଣିବାକୁ ପାଇଲି ,ଆଜି ଡାକଘର ତରଫରୁ ଗୋଟିଏ ଜନସମ୍ପର୍କ ମେଳା ର ଆୟୋଜନ କରାହୋଇଥିଲା । ସେଥିପାଇଁ ଆଖପାଖ ଗାଁ ରୁ ବହୁ ଲୋକ ଆସିଥିଲେ । ବେବି ର ଆଗ୍ରହକୁ ଦେଖି ଡାକଘରର ଜଣେ ବାବୁ ତାର ନାଁଆ ଓ ବିଦ୍ୟାଳୟ ବିଷୟରେ ପଚାରିଲେ । ବେବି ଠାରୁ ସେତକ ଶୁଣିଲା ପରେ, ସେ ଓ ବେବି ବହୁତ ସମୟ ଧରି କଥାବାର୍ତା ହେଲେ । ସେ କହିଲେ , ଝିଅ ଏ ନାଲି କୋଠାକୁ ଡାକଘର ଓ ନାଲି ବାକ୍ସକୁ ଚିଠି ବାକ୍ସ କହନ୍ତି । ଏହାପରେ ବେବି ପଚାରିଲା,"ଏ ଡାକଘରେ କଣ ସବୁ ହୁଏ ,ଆଉ ଚିଠି ବାକ୍ସ ର କାମ କଣ?" ଏସବୁ ପ୍ରଶ୍ନ ଶୁଣିଲା ପରେ ସେ ତାକୁ ଗୋଟିଗୋଟି କରି ବୁଝାଇବାରେ ଲାଗିଲେ ।
ଡାକଘର ଭାରତର ଏକ ପୁରାତନ ସରକାରୀ ସଂସ୍ଥା । ଏହା ବ୍ରିଟିସ୍ ଅମଳରୁ ରହିଆସିଛି । ପ୍ରଥମେ ଡାକଘରେ କେବଳ ଚିଠି , ଡାକ ତାର ସେବା(ଟେଲିଗ୍ରାମ) ,ଧନାଦେଶ ,ଡାକଟିକଟ ବିକ୍ରି ହେଉଥିଲା । ସେତେବେଳେ ଚିଠିପତ୍ର ନେଣଦେଣ ଡାକଘର ର ମୁଖ୍ୟ କାମ ଥିଲା ।
ଏବେ ଡାକଘରର ପରିଭାଷା ବହୁତ ବଦଳିଛି । ଆଧୁନିକ ଯୁଗ ସହ ତାଳ ଦେଇ ଡାକ ବିଭାଗ ଅନେକ ଗୁଡିଏ ସେବା ଯୋଗାଉଛି ।
ଭାରତରେ ଛୋଟ ବଡ ହୋଇ ୧,୫୦,୦୦୦ ରୁ ଅଧିକ ଡାକଘର ଅଛି । ଯାହା ସାରା ବିଶ୍ୱରେ ଯେକୌଣସି ଦେଶଠାରୁ ସବୁଠାରୁ ଅଧିକ । ସେଥିମଧ୍ୟରୁ ପ୍ରାୟ ୧,୨୦,୦୦୦ ରୁ ଅଧିକ ଶାଖାଡାକଘର , ପାଖାପାଖି ୨୫,୦୦୦ ଉପଡାକଘର ଓ ୮୧୧ ମୁଖ୍ୟଡାକଘର ଅଟେ ।
....ଏବେ ଡାକଘରେ ବହୁବିଧ ସେବା ଯୋଗାଯାଉଛି । ସେଗୁଡିକ ମଧ୍ୟରୁ କେତେକ ପ୍ରମୁଖ ସେବାଗୁଡିକ ହେଲା.....
... ରେଜିଷ୍ଟ୍ରି ପୋଷ୍ଟ, ସ୍ପିଡ୍ ପୋଷ୍ଟ, ରେଜିଷ୍ଟ୍ରି ପାର୍ସଲ , ସିଓଡି ପାର୍ସଲ୍ ଇତ୍ୟାଦି।
.... ଡାକଘର ସ୍ୱଳ୍ପ ସଂଚୟ ଜମା ଯୋଜନା ଅଧୀନରେ ସେଭିଂସ୍ ଆକାଉଣ୍ଟ, ଆର୍ ଡି , ମାସିକ ଆୟ ଯୋଜନା , ୧/୨/୩/୫ ବର୍ଷିଆ ଜମା ଯୋଜନା, ବରିଷ୍ଠ ନାଗରିକ ଜମା ଯୋଜନା, କିଷାନ୍ ବିକାଶ ପତ୍ର ,ସୁକନ୍ୟା ସମୃଦ୍ଧୀ ଆକାଉଣ୍ଟ,ଏନ୍ଆରିଜିଏସ୍ ଆକାଉଣ୍ଟ, ଜାତୀୟ ସଂଚୟ ଯୋଜନା ଆଦି ବିଭିନ୍ନ ଜମା ଯୋଜନାର ସୁବିଧା ଡାକଘରେ ଉପଲବ୍ଧ ।
.... ଭାରତ ସରକାରଂକ ଜନସୁରଖ୍ୟା ଯୋଜନା ଅଧିନରେ ମଧ୍ୟ ବିଭିନ୍ନ ଯୋଜନା ଡାକଘରେ ଚାଲୁଅଛି । ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଜାତୀୟ ବୀମା ଯୋଜନା, ଅଟଳ ପେନସନ ଯୋଜନା ଅନ୍ୟତମ ।
..... ଏହା ବ୍ୟତୀତ ଡାକଘରର ନିଜସ୍ୱ ଆକର୍ଷଣୀୟ ବୀମା ଯୋଜନା ପ୍ରଚଳିତ ଅଛି । ଭାରତର ସର୍ବପୁରାତନ ବୀମା - ଡାକ ବୀମା ଯୋଜନା ୧୮୮୨ ରୁ ପ୍ରଚଳିତ । ଗ୍ରାମୀଣ ଲୋକଂକ ପାଇଁ ଡାକ ବିଭାଗ ୧୯୯୫ ମସିହାରୁ ଗ୍ରାମୀଣ ଡାକ ବୀମା ଯୋଜନା ଆରମ୍ଭ କରିଛି । ଯାହା ସାରା ଭାରତର ସମସ୍ତ ଡାକଘରେ ଉପଲବ୍ଧ ।
.....ଏବେ ଭାରତର କେତେକ ବଛା ବଛା ଡାକଘରେ ଗଂଗାଜଳ , ସୋଭରେନ୍ ଗୋଲ୍ଡ ବଣ୍ଡ ଯୋଜନା ଚାଲୁଅଛି । ଏଥିସହିତ ପୋଷ୍ଟାଲ୍ ଏବଂ ଅନ୍ୟ ଉପହାର, ବହି, ପେନ୍ ଆଦି ଛୋଟ ଛୋଟ ଜିନିଷ ମଧ୍ୟ ଦେଶର କେତେକ ମୁଖ୍ୟ ଡାକଘରେ ଥିବା ପୋଷ୍ଟ ସପି ରେ ବକ୍ରି ହୁଏ।
No comments:
Post a Comment